ହୋଲି


   
                           ରଙ୍ଗ ପୀରତି




ସ୍ମିତହାସ୍ୟ ତରୁ ପୁଲକିତ ଆଭା,
ଦିଶାନ୍ତ ଦିଗବଳୟରେ ପ୍ରସ୍ଫୁଟିତ ମହକ,
ସଭିଙ୍କ ମେଳରେ ଗଭା ମେଲେଇଚି ଫଗୁଣ ଆଣି ପ୍ରୀତିର ମୋହ।
କେବେ ଶୁଭେ କୋଇଲି ର କୁହୁତାନ,
ତ ଆଉ କେବେ ସ୍ମୃତି ଆଣେ,
କୃଷ୍ଣ ରାଧିକା ଙ୍କ ପ୍ରେମ ଉନ୍ମାଦନା।
ପ୍ରୀତି ର ପହିଲି ସ୍ପର୍ଶରେ ରଙ୍ଗ ଲଗାଇ,
ସଭିଙ୍କୁ ହଜାଇଦିଏ କଳ୍ପିତ ଫାଲ୍ଗୁନି ପ୍ରେମ ରେ।
ଲକ୍ଷ୍ୟଗାମୀ ମାର୍ଗରେ ବାଧା ଉପୁଜାଇ,
ସଭିଙ୍କୁ ବାନ୍ଧିରଖେ ପ୍ରୀତିର ଉଷ୍ମତା ରେ।
ସେଇ ଅବିର ର ଛଳନାରେ,
ନିଦର୍ଶନ ସାଜିଲେ ଗୋପି ଗୋପାଳ।
କୃଷ୍ଣ ଙ୍କ ରାଧୀକା ରାଣୀଙ୍କ ଚୋରା ପୀରତି,
ସଭିଙ୍କୁ ଆତ୍କୃଷ୍ଟ କରେ ଅବିରର ଏଇ,
ମାଧୁର୍ଯ୍ୟ ଭରା ପର୍ବ କୁ।
ସଭିଙ୍କ ମନରେ ପ୍ରେମଭରା ଆଲୋଡନ ସତ୍ତ୍ୱେ,
ମନରେ ଉଙ୍କି ମାରେ ପ୍ରତୀକ୍ଷା ର।
ପୁଣି ଥରେ ଭାବର ଡୋରି ଲଗେଇ,
ଅପେକ୍ଷା ଆଉ ଏକ ବର୍ଷ ର।

Comments

Post a Comment