ନାରୀ ଦିବସ
କୁଢ଼ କୁଢ଼ ଶବ ଉପରେ ଛିଡା ହେଇ
ଅନେକ ଦଳିତା କୁ ଦଳିଦେଇ
ପୀଡିତ କୁ ନ୍ୟାୟ ନଦେଇ
ନିର୍ଭୟା,ଆସିଫା ର ଶବ ଉପରେ
ପତାକା ଟିଏ ପୋତି ଦେଇ
ପାଳନ କରୁଛି ନାରୀ ଦିବସ
ଏଇ ନିଷ୍ଠୁର ସମାଜ ର ପୁରୁଷ ପୁଙ୍ଗବ
ଆଜି ନାରୀ ଦିବସ ବୋଧହୁଏ
ଦିନଟିଏ ଆମେ ଦେଇଛେ ନାରୀକୁ
ନାରୀ ରୁ ନାରାୟଣୀ ହେବାପାଇଁ ?
ନା କେବଳ ନାରୀ ବି ଜଣେ ମଣିଷ
ଏତିକି ଜଣେଇବା ପାଇଁ ତାକୁ
ନହେଲେ ସେ ବି କଣ ଗଣା ହେବ
ଏଇ ପୁରୁଷ ପ୍ରଧାନ ସମାଜ ରେ
ପ୍ଲାଟୋ କୁହନ୍ତି ନାରୀ ଆତ୍ମାହୀନ
ସେଇଥିପାଇଁ ବୋଧେ କନ୍ୟାଭୃଣ ହତ୍ୟା
ବଧୂହତ୍ୟା ,ଆଉ ଦୁଷ୍କର୍ମର ସୀମା ନାହିଁ
ଘର ର ଅଇଁଠା ଠୁ ଆରମ୍ଭ କରି
ସମାଜ ର ବିଷ ପର୍ଯ୍ୟନ୍ତ ସେ ପିଇଯାଏ
ଆଉ ଶେଷରେ ଅସତୀ ନହେବା ପାଇଁ
ଜଳିଯାଏ ,ନହେଲେ ଜାଳିଦିଆଯାଏ
ତଥାବି ଆମେ ନାରୀ ଦିବସ ପାଳନ କରୁ
କାରଣ ପ୍ରଶ୍ନବାଚୀ ନ'ହେଲେ ବି ସ୍ପଷ୍ଟ ନୁହେଁ
ଆଉ ନାରୀ କେବେବି ମଣିଷ ନୁହେଁ
କଥା ଟା ମିଛ ହେଇଥିଲେ ବି
ପୁରୁଷ ପୃଷ୍ଠା ରେ ସତ ହେବାକୁ ଯାଉଛି
ଯଦି ବା ସତ ହୁଏ ସେହିପୃଷ୍ଠା
ନାରୀ କେବେ ବି ମଣିଷ ନୁହେଁ
ସିଏ ଦେବୀ, ସିଏ ଶକ୍ତି ମହମାନବୀ ହୁଏ
ସିଏ ବି କାହାଠାରୁ କମ ନୁହେଁ ।।
ଓମ୍ ପ୍ରସାଦ ପ୍ରଧାନ (ଉଦ୍ଭିଦବିଜ୍ଞାନ ସମ୍ମାନ)
ନୀଳମାଧଵ ମହାବିଦ୍ୟାଳୟ କଣ୍ଟିଲୋ,ନୟାଗଡ

Comments
Post a Comment