ଭାବନା ର ରାଣୀ
ସତେଯେମିତି ଅପରୂପ କେଶବିନ୍ୟାଶ ର ସମ୍ଭାରରେ ଭାସିଉଠେ ତରୁଣୀଫୁଲ ର କେତକୀ ମହକ।ସ୍ଵର୍ଣକ୍ରାନ୍ତି ରୁପାର ଭାବବିମୋହିତ ନୟନ ପଲକ ଟାଣିନିଏ ଭାବୁକ ର ଭାବନାକୁ ଆଉ ଅଧରର ସଂକ୍ରାନ୍ତରେ ଗଢିଉଠେ ଉଷ୍ଣ ଶରୀରର ଭାବ ଆଲୋଡନ ର ସିଂହରଣ।
କେବେପୁଣି ଜାଗି ଉଠେ ସ୍ବପ୍ନପୁରୀର ସେ ଅପରୂପୀ ଅପସରା ତ,ଆଉ କେବେ ଭାବବିହ୍ଵଳ ର ସ୍ପର୍ଶଦେଇ ଚାଲିଯାଏ ମେନକାର ସୌନ୍ଦର୍ଯ୍ୟରଶ୍ମି।ଜୀବନର ନୂତନରାହା ରେ କେବେ ସେ ଗଢିଦିଏ କୁସୁମପ୍ରାଚୀରର ଚେତନା ତ ଆଉ କେବେ ତରଙ୍ଗର ଅଜସ୍ର ଢେଉ ସାଜି ହଜାଇଦିଏ ରାତିର ନିଦକୁ।ମନର ମାନସୀ ର ତୃପ୍ତି ର ଆଶ୍ୱାସନା କେବେ ସୃଷ୍ଟି କରେ ନିରିମାଖୀ ହୃଦୟରେ ରକ୍ତବିନ୍ଦୁ ତ ଆଉ କେବେ ହଜାଇଦେବାର ଭୟ ନିଷ୍କପଟ ମନରେ ସୃଷ୍ଟି କରେ ବିତୃଷ୍ନାପସରା।ସତେଯେମିତି ମୁଖମଣ୍ଡଳ ର ଝଲକ ପ୍ରୀତି ର ପରସ ଦେଇ ନିଦାଘର ଝାଞ୍ଜି ସ୍ୱରୂପ ହୃଦୟରେ ସୃଷ୍ଟି କରେ ସ୍ନେହ ଓ ପ୍ରେମଭରା ଉଷ୍ମତା କୁ।ତୁମ ପ୍ରୀତି ର ସ୍ବର୍ଣ୍ଣିମ ଅପେକ୍ଷା ରେ ମନର ବ୍ୟାକୁଳତା,ଉଷ୍ମତାର ବିଚ୍ଛେଦ ଆଉ କୁସୁମ ପ୍ରାଚୀର ଚେତନା ର ଜାଗରଣ ଆଜି ହୋଇଉଠିଛି ଉତଫୁଲ୍ଲିତ।

Comments
Post a Comment