ମୋ ଦଶପଲ୍ଲା
ମୋ ଦଶପଲ୍ଲା ହଁ ମୋ ଦଶପଲ୍ଲା
ଦଶାନନ କୁ ଦହନ କରେ
ପ୍ରତିବର୍ଷ ଉତ୍ସଛ ଆଣେ
ରାବଣ ପୋଡି ,ମିନା ବଜାର
ସବୁବର୍ଷ ରେ ହୁଏ ଶବାର
ମହାବୀର କ୍ଷେତ୍ର ନାମେ ହୁଏ ପ୍ରଚାର
ମୋ ମାଟି ରେ ଫଳେ ଫସଲ
କୁଆଁରିଆ ମୋ ଯୋଗାଇ ଜଳ
ଚାଷୀଙ୍କର ନାହିଁ ବେଳ ଅବେଳ
ବାହାରି ପଡନ୍ତି ନିତି ସକାଳ
ବାର ମାସରେ ତେର ପରବ
ସଭିଏଁ ବାଣ୍ଟନ୍ତି କେତେ ଦରବ
ଜଙ୍ଗଲ ମୋହର ପଠାଏ କାଠ
କରିନି କେବେବି ଜମାରୁ ମଠ
କାଠ ପଠା ହୁଏ ଶ୍ରୀକ୍ଷେତ୍ର ପାଇଁ
ମହାପ୍ରଭୁ ଙ୍କର ଯାତରା ପାଇଁ
ପଡେ ହୁରି ଆଉ ଶଙ୍ଖ ଶବଦ
ଦଶପଲ୍ଲା ମୋର ହୁଏ ଆନନ୍ଦ
ହାଟ ପଡେ ଏଠି ଦୁର୍ଗା ବଜାରେ
ମିଳେ କେତେ କଣ ସବୁ ଏଠାରେ
ଦଶପଲ୍ଲା ର ଜୀବନ ରେଖା
କୁଆଁରିଆ ନଇ ନାମରେ ଲେଖା
ଅନତି ଦୂରରେ ମୃଗ ବିହାର
ମନ ମୋହି ନିଏ ଜନ ମନ ର
କୁଆଁରୀଆ ବନ୍ଧ ଯୋଗାଏ ଜଳ
ଯାତାୟତ ର ଏ ଉତ୍ତମ ସ୍ଥଳ
କଳା, କୀର୍ତି ଆଉ ସଉଧ ପାଇଁ
ମହାବୀର କ୍ଷେତ୍ର ନାମ ଉଠଇ
ଲୋକକଳା ଗ୍ରାମ ସ୍ୱତନ୍ତ୍ର ଗ୍ରାମ
ଯାହା ପାଇଁ ଆମ ବଢେ ସୁନାମ
କୁଞ୍ଜବନ ଗଡ଼ ତାହାର ନାମ
ଦଶପଲ୍ଲା ମଧ୍ୟେ ଆଦର୍ଶ ଗ୍ରାମ
ଓମ୍ ପ୍ରସାଦ ପ୍ରଧାନ (ଉଦ୍ଭିଦବିଜ୍ଞାନ ସମ୍ମାନ)
ନୀଳମାଧଵ ମହାବିଦ୍ୟାଳୟ କଣ୍ଟିଲୋ ,ନୟାଗଡ଼

ଚମତ୍କାର ରଚନା 👏👌🙏
ReplyDeleteThis comment has been removed by the author.
Deleteଧନ୍ୟବାଦ
Delete